ନାମାଙ୍କନ ଦାଖଲ କରିବେ NDA ପ୍ରାର୍ଥୀ ରାଧାକୃଷ୍ଣନ୍
ଇଣ୍ଡିଆ ମେଣ୍ଟରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡୀଙ୍କ ନାମ ଘୋଷଣା ହେବା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ତୀବ୍ର ହୋଇଛି। ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ଆଜି ସକାଳ 11ଟାରେ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସିପି ରାଧାକ୍ରିଷ୍ଣନଙ୍କ ନାମାଙ୍କନରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରସ୍ତାବକ ହେବେ।ରାଧାକୃଷ୍ଣନଙ୍କ ଦ୍ୱାରା ମୋଟ ଚାରୋଟି ସେଟ୍ ନାମାଙ୍କନ ଦାଖଲ କରାଯିବ। ପ୍ରତ୍ୟେକ ସେଟ୍ରେ 20 ଜଣ ପ୍ରସ୍ତାବକ ଏବଂ 20 ଜଣ ସମର୍ଥକଙ୍କ ଦସ୍ତଖତ ରହିବ। ଗୋଟିଏ ସେଟ୍ରେ ପ୍ରଥମ ପ୍ରସ୍ତାବକ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ରହିବ। ଏହିପରି ତିନୋଟି ସେଟ୍ ଏବଂ ଫାଇଲ୍ ରହିବ, ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଏବଂ NDA ସାଂସଦଙ୍କ ଦସ୍ତଖତ ରହିବ।
