ଶପଥ ନେଲେ ନାଏବ ସିଂ ସୈନୀ
ହରିୟାଣାରେ ସୈନୀ ସରକାର । ନାଏବ ସିଂ ସୈନୀ ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ପଞ୍ଚକୁଲାରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବଣ୍ଡାରୁ ଦତ୍ତୋତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ।ପଞ୍ଚକୁଲାର ଦଶହରା ମୈଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି ।ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି । ହରିୟାଣାରେ ନାଏବ ସିଂ ସୈନୀ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ସହିତ ବିଜେପି ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଠନ କରିଛି । ସୈନୀଙ୍କ ସହ ୧୦ରୁ ୧୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।
