ପୁଣି ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ

ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ

ହରିୟାଣାରେ ପୁଣି ନାୟବ ସରକାର। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟବ ସିଂହ ସୈନୀ। ବୁଧବାର ଚଣ୍ଡିଗଡ଼ରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ନାୟବ ସିଂହ ସୈନୀ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଅର୍ଥାତ୍‌ ଅକ୍ଟୋବର ୧୭ରେ ହରିୟାଣାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜ୍‌ ପରବର୍ତ୍ତୀ ସିଏମ ପାଇଁ ସାଇନିଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଆସନ୍ତାକାଲି ଅର୍ଥାତ୍ ୧୭ରେ ସେ ନେବେ ଶପଥ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ନେତା ଭାବରେ ନିର୍ବାଚିତ ହୋଇଥିଲେ । ବୈଠକରେ ହରିୟାଣା ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସହ-ଦାୟିତ୍ୱରେ ଥିବା ବିପ୍ଲାବ ଦେବ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *