ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ

୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ସଫା ହେବେ ନକ୍ସଲ

ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। ବର୍ଷକରେ ୩୮୦ ନକ୍ସଲଙ୍କ ନିପାତ, କାଲି ୩୦ ନିହତ ହୋଇଛନ୍ତି। ୧୧୯୪ ଗିରଫ, ୧୦୪୫ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏବେ ନକ୍ସଲ ପ୍ରଭାବିତ ଜିଲ୍ଲା ୧୨କୁ ହ୍ରାସ ପାଇଛି। ନକ୍ସଲଙ୍କ ଅଣ୍ଟା ଭାଙ୍ଗିଦେଇଛୁ, ସେମାନଙ୍କ ମିଶନ ଦୋହଲିଯାଇଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦ ସମାପ୍ତ ହେବ। କାଶ୍ମୀର ଆତଙ୍କବାଦ, ମାଓବାଦୀ ଓ ନର୍ଥଇଷ୍ଟରେ ଉଗ୍ରବାଦ ପ୍ରମୁଖ ସମସ୍ୟା ଥିଲା। ମୋଦି ଆସିବା ପରେ ଆମେ ଜିରୋ ଟଲେରାନ୍ସ ନୀତି ଆପଣେଇଛୁ। ଆମେ ଗୋଟିଏ ଦେଶରେ ଦୁଇଟି ଆଇନକୁ ଉଚ୍ଛେଦ କରିଛୁ। ପୂର୍ବ ସରକାର ଭୋଟ ବ୍ୟାଙ୍କ ପାଇଁ ଧାରା ୩୭୦ ହଟାଇ ନଥିଲେ। ଏବେ ଲାଲ ଚୌକରେ ତ୍ରିରଙ୍ଗା ଉଡୁଛି। ପୂର୍ବରୁ ଆତଙ୍କବାଦୀଙ୍କ ଶୋଭାଯାତ୍ରା ହେଉଥିଲା। ଏବେ ଆତଙ୍କବାଦୀମାନେ ଯେଉଁଠାରେ ମରୁଛନ୍ତି ସେଠାରେ କବର ଦିଆଯାଉଛି । ଦଶ ବର୍ଷ ପୂର୍ବେ ଆତଙ୍କବାଦୀମାନଙ୍କ ମହିମାମଣ୍ଡନ କରାଯାଉଥିଲା।”