ଯବାନଙ୍କୁ ମାଓବାଦୀଙ୍କ ଆକ୍ରମଣ

ସୁକମାରେ ମାଓବାଦୀ ଆକ୍ରମଣ, ୨ ଯବାନ ଆହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଜଗରଗୁଣ୍ଡା ଥାନା ଅଞ୍ଚଳରେ ଯବାନଙ୍କ ଉପରେ ନକ୍ସଲ ହମଲା ହୋଇଛି। ଦୁଇ ଗୁରୁତର ଯବାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଜଗରଗୁଣ୍ଡା ସାପ୍ତାହିକ ହାଟକୁ ଯବାନ ଡ୍ୟୁଟି କରିବାକୁ ଆସିଥିଲେ। ତେବେ ପୂର୍ବରୁ ନକ୍ସଲ ସଂଗଠନର ଛୋଟ ଟିମ୍ ଅପେକ୍ଷା କରି ରହିଥିଲା। ଯବାନଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଦୁଇଜଣ ଯବାନ ଗୁରୁତର ହୋଇଥିଲେ।

Leave a Reply

Your email address will not be published. Required fields are marked *