ବିଜେଡିର ସ୍ଥିତି ଅସମ୍ଭାଳ

ବିଜେଡି ନେତାଙ୍କ ହୋଟେଲ ବୈଠକକୁ ନବୀନଙ୍କ ନା ପସନ୍ଦ

ରାଜନୈତିକ ମହଲରେ ବିଜେଡିକୁ ନେଇ ନାନା ଚର୍ଚ୍ଚା ଚାଲିଥିଲା ।  ଏପରି କି କିଛି ନେତା ହୋଟଲେ ବୈଠକ କରୁଥିଲେ।  ଯାହାକୁ ନବୀନ ନାପସନ୍ଦ କରିଛନ୍ତି ।  କହିଛନ୍ତି ବୈଠକ କରିବାର ଥିଲେ ବିଜେଡିର ପାର୍ଟି ଅଫିସ ଶଙ୍ଖ ଭବନ ରହିଛି ।  ଯଦି ବୈଠକ କରିବାକୁ ଚାହଁ ତେବେ ଶଙ୍ଖ ଭବନରେ ବୈଠକ କର ବୋଲି ଦଳୀୟ ନେତାଙ୍କୁ ତାଗିଦ୍ କରିଛନ୍ତି ନବୀନ । ସୂଚନା ଅନୁସାରେ ଦଳର ବରିଷ୍ଠ ନେତା ବୁଧବାର ଏକ ହୋଟେଲ ରେ ଏକାଠି ହୋଇ ବୈଠକ କରିଥିଲେ। ପରେ ସଙ୍ଗଠନ ଆଳରେ ପ୍ରତାପ ଦେବଙ୍କ ବାସଭବନରେ ଦେବୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ନେତା ଏକାଠି ହୋଇଛନ୍ତି। ଦଳୀୟ ନିର୍ବାଚନ ବାହାନାରେ ଦଳରେ ଚାଲିଥିବା କନ୍ଦଳ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଠିକଣା ସମୟରେ ନବୀନ ଠିକ ନିଷ୍ପତି ନେବେ ବୋଲି କହି ବିଜେଡି ଫାଟକୁ ଲୁଚାଇବାକୁ ଭରପୁର ପ୍ରୟାସ କରିଛନ୍ତି। ସେପଟେ ଦଳର ୟଙ୍ଗ ବ୍ରିଗେଡ ମଙ୍ଗଳବାର ଅଂଶୁମାନ ମହାନ୍ତିଙ୍କ ବାସଭବନରେ ଏକାଠି ହେବା ପରେ ନବୀନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  ଯିଏ ଦଳ ବିରୋଧୀ  କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବାକୁ ଦାବି ଜଣାଇଛନ୍ତି।