ନୂଆପଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ ହୋଇଥିବାର ଖବର ଆଜି ମିଳିଛି। ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ନବୀନ ପଟ୍ଟନାୟକ। ଏହି ସମୟରେ ଆଦର୍ଶ ଆଚରଣ ବିଧି ଆଧାରରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ବାଡ୍। ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ଫ୍ଲାଇଂ ସ୍କ୍ବାଡ୍ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଯାଞ୍ଚ କରିଥିଲେ ।
