ଲାଭ ହେବା ପାଇଁ ମେଣ୍ଟ କରାଯାଉଛି: ବିଜେଡି

ମୁଖ୍ୟମନ୍ତ୍ରୀ ନେବେ ମେଣ୍ଟ ନିଷ୍ପତ୍ତି: ନୃସିଂହ

ବିଜେଡି ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା । ଦିଲ୍ଲୀରୁ ଫେରି ମନମୋହନ କହିଛନ୍ତି ଏକା ଲଢିବୁ । ସେପଟେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ନେବେ ମେଣ୍ଟ ନିଷ୍ପତ୍ତି । ବିଜେଡି ବିଧାୟକ ନୃସିଂହ ସାହୁ ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି । ନୃସିଂହ କହିଛନ୍ତି ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି । ମେଣ୍ଟ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ଦଳ ତାହା ମାନିବ । ମେଣ୍ଟ ହେଲେ ବିଦ୍ରୋହୀ ବାହାରିଲା ଭଳି ଲାଗୁନି । ସିଟ କଟିବ କିନ୍ତୁ ବିଦ୍ରୋହୀ ହେବା ଭଳି ଲାଗୁନି । ଯେଉଁ ମାନେ ବିଜେଡ଼ି ପ୍ରତି ବିଶ୍ଵସ୍ତ ସେମାନେ ଦଳରେ ରହିବେ । ଏହାବାଦ୍ ନୃସିଂହ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡ଼ି ମେଣ୍ଟ କରିବା ପାଇଁ ଆଗ୍ରହୀ ହୋଇଛି ବା ରାଜି ହୋଇଛି । କେନ୍ଦ୍ର ସହ ଭଲ ବୁଝାମଣା ରହିଲେ ରାଜ୍ୟର ବିଭିନ୍ନ ସୁବିଧା ହେବ ବୋଲି ଆଶା ଅଛି । ଲାଭ ପାଇଁ ହିଁ ମେଣ୍ଟ ହୁଏ । ନୃସିଂହ ଏହାମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନରେ ଜିତିବ ।