ନବୀନ ପଟ୍ଟନାୟକ ଅନୀଲ ବିଶ୍ବାଳଙ୍କ ପ୍ରଶ୍ନ

ନବୀନ ପଟ୍ଟନାୟକ କୁହନ୍ତୁ ବେଇମାନ କିଏ: ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ

ନୂଆପଡ଼ା ଉପନିର୍ବାଚନ ତାତି ବଢ଼ିବାରେ ଲାଗିଛି। ସୋମବାର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରି ବେଇମାନ ବୋଲି ଶବ୍ଦ କହି ନିଜେ ଫସିଯାଇଛନ୍ତି। କାରଣ ତାଙ୍କର ଅନେକ କାର୍ଯ୍ୟକଳାପ ଏପରି ଥିଲା ଯାହା ଲୋକଙ୍କ ମନରୁ ଲିଭି ନାହିଁ, ଯାହାକୁ ବେଇମାନି ବୋଲି କୁହାଯାଇପାରେ। ଏହି କଥାକୁ ଚେତାଇ ଦେବା ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ବେଇମାନ ନୁହନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। ସେ ନିଜର ଫେସବୁକ୍ ରେ ‌ଲେଖିଛନ୍ତି, ନବୀନ ପଟ୍ଟନାୟକ ଆପଣଙ୍କୁ ଲୋକେ ୨୪ ବର୍ଷ କାଳ ବହୁତ ସମର୍ଥନ, ଆଶୀର୍ବାଦ, ଭରସା କରିଲେ l କିନ୍ତୁ ପ୍ରତିବଦଳରେ ପାଇଲେ କଣ?ଆପଣ ଲୋକଙ୍କ ସହିତ ମିଶିଲେ ନାହିଁ କି ସାଧାରଣ ଓଡ଼ିଆ ଲୋକେ ଆପଣଙ୍କୁ ଭେଟିପାରିଲେ ନାହିଁ l ଓଡ଼ିଆ ଭାଷା ଆପଣ ଶିଖିଲେ ନାହିଁ l ରାଜନୀତିରେ ଅଣଓଡ଼ିଆଙ୍କ ହାକିମାତିର ବ୍ୟବସ୍ଥା କରିଲେ lଏହା ଓଡ଼ିଆ ଲୋକଙ୍କ ପ୍ରତି ବେଇମାନ ନୁହେଁ କି? ଓଡିଶାର ଲୋକେ ନିରଙ୍କୁଶ ଏବଂ କ୍ରମାଗତ କ୍ଷମତା ନବୀନ ବାବୁଙ୍କୁ ଦେଇଥିଲେ ଯେଉଁ ଅବସର ଆଜି ପର୍ଯ୍ୟନ୍ତ ଆଉ କାହାକୁ ମିଳିନାହିଁ l କିନ୍ତୁ ହେଲା କଣ? 24 ବର୍ଷରେ ଗୋଟିଏ ବି ଶୀତଳ ଭଣ୍ଡାର ହୋଇପାରିଲା ନାହିଁ, ମହାନଦୀରେ ଗୋଟେ ବି ବନ୍ଧ ହୋଇପାରିଲା ନାହିଁ, ସବୁ କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଗଲା, ଓଡ଼ିଆ ବ୍ୟବସାୟୀ ମରିଗଲେ l ଏହା ବେଇମାନର ପରିଭାଷାରେ ଆସିବ କି ନାହିଁ?

Leave a Reply

Your email address will not be published. Required fields are marked *