ରାଜ୍ୟ ସରକାରଙ୍କୁ ଘେରିଲେ ନବୀନ

‘ଏଥର ବଜେଟ୍, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର’

ବଜେଟ୍ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ଆଲୋଚନା ସମୟରେ ବିଜେପି ସରକାରକୁ କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ନବୀନ। ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇ କଟାକ୍ଷ କରିଛନ୍ତି। ଚଳିତ ବଜେଟରେ ୮୦%ରୁ ଅଧିକ ବିଜେଡି ସରକାରର ଯୋଜନା ଆପଣେଇଛନ୍ତି ବିଜେପି ସରକାର। ଏଥିପାଇଁ ନବୀନ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଛନ୍ତି ଏଥର ବଜେଟ୍, ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର। ଏହି ଯୋଜନା ଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି ୨୦% ସରକାରଙ୍କ ପ୍ରତିଶ୍ରୁତି ଉପରେ କହୁଛନ୍ତି। ୦.୨୯% ଇସ୍ତାହାର ପ୍ରତିଶୃତି ଦିଆଯାଇଛି ସୁଭଦ୍ରା ଜରିଆରେ। ରାଜ୍ୟରେ ୨ କୋଟିରୁ ଅଧିକ ମହିଳା ଅଛନ୍ତି, ଏହା ପୂରଣ କରିବାକୁ ହେଲେ ୧ ଲକ୍ଷ କୋଟି ଦରକାର, ହେଲେ ବଜେଟରେ ୧୦ ହଜାର କୋଟି ଅଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକି ମହିଳାଙ୍କର କଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷର ଲୋକଙ୍କ କଣ ହେବ? ଏଥିପାଇଁ ୨୧ ହଜାର କୋଟି ଦରକାର। ଏମଏସପି ୩୧୦୦କୁ ବଢ଼ାଇବାକୁ କୁହାଯାଇଥିଲା, ବଜେଟରେ ୩୦% ଵି ଚାଷୀ ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ? ମାଗଣା ବିଦ୍ୟୁତ କେମିତି ଦେବେ ସରକାର? ଓଡ଼ିଶାର ୩ ଲକ୍ଷ ଘର ପାଇବେ। ୧ କୋଟି ଘର ଓଡ଼ିଶାରେ ଅଛି, ଏହା କଣ ମାଗଣା ବିଜୁଳି ପ୍ରତିଶୃତି? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ଵି ମାଗଣା ବିଜୁଳି ଦେଇ ପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଲ ଅପେକ୍ଷାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *