ଦିଲ୍ଲୀ ମୁଁହା ନବୀନ ପଟ୍ଟନାୟକ

‘ଇଣ୍ଡି ମେଣ୍ଟ ଆଡ଼େ ମୁହାଁ ନବୀନ ପଟ୍ଟନାୟକ’

ଦିଲ୍ଲୀ ମୁଁହା ନବୀନ ପଟ୍ଟନାୟକ । ଓଡ଼ିଶାରେ ବିଜେଡି ସଂଗଠନ ଭୁଶୁଡିବା ପରେ ଇଣ୍ଡି ମେଣ୍ଟ ସାହାଯ୍ୟରେ ଦଳର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ନବୀନ । ଏଭଳି ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କୁ ଭେଟି ତାଙ୍କ ବୈଠକରେ ସାମିଲ ନେଇ ସହମତି ଜଣାଇବା ପରେ ନବୀନ ଇଣ୍ଡି ମେଣ୍ଟ ମୁଁହା ହେଉଥିବା ସଂକେତ ଦେଇଛନ୍ତି । ଦଳ ବଞ୍ଚାଇବା ପାଇଁ ସାହାରା ନେବାକୁ ଯାଉଛନ୍ତି । ସେ ଯାହାର ସାହାରା ନିଅନ୍ତି ତାକୁ ଧ୍ବଂସ କରନ୍ତି । ବିଜେପି ସହ ରହି ବିଜେପିକୁ ଧ୍ବଂସ କରିବେ ଭାବିଲା ବେଳକୁ ସେ ସରକାରରୁ ପଳାଇଲେ ବୋଲି କହିଛନ୍ତି ସରୋଜ ପାଢୀ । ଓଡ଼ିଶାବାସୀ ଜାଣି ସାରିଲେଣି ବିଜେଡିର ଅସ୍ତିତ୍ବ ରହିବନାହିଁ ।