ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ

ନବୀନ ଭୟଭୀତ ହୋଇଗଲେଣି: ଜୟନାରାୟଣ ମିଶ୍ର

ପୁଣି ବିସ୍ଫୋରକ ବୟାନ ଦେଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଲେ ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ । ସନାଙ୍କୁ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ ଏମିତି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ କାଳେ ସବୁ ବିଜେପି ପଳେଇବେ ବୋଲି ନବୀନ ଭୟଭୀତ ହୋଇଗଲେଣି । ଯେଉଁଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ଜୟ ଆହୁରି କହିଛନ୍ତି ଯେ ମୁଁ ଆଗରୁ ବି କହିଥିଲି, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । ଏତେବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ; ତାର ଫଳ ଏମିତି ହୋଇଛି ।