ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍
ଆଇନ ଶୃଙ୍ଖଳା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । କହିଛନ୍ତି ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜ କୁ ରୋଜଗାର ମିଳୁନି । ସବୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଉଛି । ସରକାର ଗୋଟିଏ ବି ପରୀକ୍ଷା ଠିକ୍ ରେ ପରିଚାଳନା କରୁ ନାହାଁନ୍ତି । ସାଧାରଣ ଲୋକ ର ଦୁଃଖ ସରୁନି । ଲୋକ ଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ । କାହାଣୀ ରେ ସରକାର ଚାଲେନି,କାମ ଦରକାର । ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ହଜେଇ ଦେବ ବୋଲି ନବୀନ କହିଛନ୍ତି ।
