ତୃତୀୟ ପାଳିର ପ୍ରଥମ ମନ କି ବାତ୍

ମୋଦିଙ୍କ ମନ କି ବାତରେ ରଥଯାତ୍ରା

ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ୧୧୦ତମ ମନ କି ବାତ୍ ସଂସ୍କରଣରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ମୋଦି । ନିର୍ବାଚନ ଥିବାରୁ ୩ ମାସ ଧରି ମନ କି ବାତ୍ କାର୍ଯ୍ୟକ୍ରମ କରିପାରିବେ ନାହିଁ ବୋଲି ମୋଦି ସେତେବେଳେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ମୁଦ୍ଦା ଉଠାଇଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ରଥଯାତ୍ରା କଥା କହିଛନ୍ତି । ଆସନ୍ତା ସପ୍ତାହରେ ମହାପ୍ରଭୁ‌ଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।

ଏଣୁ ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନରେ ଇଂରେଜ ଶାସନ ବିରୋଧରେ ଆଦିବାସୀ ଅସ୍ତ୍ର ଉଠାଇଥିଲେ । ବୋଲି ଏହି ଅବସରରେ କହିଛନ୍ତି । ଏହା ସହ ବର୍ଷା ଋତୁର ଆଗମନ ଓ ଏହାର ପ୍ରସ୍ତୁତି ନେଇ ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେରଳରେ ସ୍ୱତନ୍ତ୍ର ପ୍ରକାର ଛତା ତିଆରି ନେଇ କହିଲେ । ଖେଳ ଉପରେ ନଜର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା । ଆମର ଖେଳାଳି ଅଲିମ୍ପିକ୍ସ ମେଡାଲ ଜିତିବେ, ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଗୌରବ ବହନ କରୁଛି । ସାରା ବିଶ୍ୱରେ ଭାରତ ନିଜର ମୁଣ୍ତ ଉଚ୍ଚା କରି ଚାଲୁଛି ବୋଲି ଏହି ଅବସରରେ କହିଥିଲେ ।