ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଫେବ୍ରୁଆରୀ ୧୨ ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ନରେନ୍ଦ୍ର ମୋଦୀ

ଫେବ୍ରୁଆରୀ ୧୨ ଓ ୧୩ ମୋଦୀଙ୍କ ଆମେରିକା ଗସ୍ତ ।ଏନେଇ ଶୁକ୍ରବାର ବୈଦେଶିକମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତର ପ୍ରଥମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କାର୍ଯକ୍ରମ ରହିଛି । ଟ୍ରମ୍ପ ଟୁ ପଏଣ୍ଟ ଜିରୋ ଶାସନ ପରେ ମୋଦୀଙ୍କ ଏହା ପ୍ର୍‌ଥମ ଆମେରିକା ଗସ୍ତ ।ଯାହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଜାନୁଆରୀ ୨୨ରେ ଫୋନରେ ବାର୍ତ୍ତାଳପ କରିବା ଦିନକ ପରେ ମୋଦୀଙ୍କ ହ୍ବାଇଟ ହାଉସ ଯିବାକୁ ନିମନ୍ତ୍ରଣ ମିଳିଥିଲା  । ୧୨ ସଂଧ୍ୟାରେ ୱାଶିଂଟନରେ ପହଞ୍ଚିବେ  ଓ ୧୪ ତାରିଖ ପର୍ୟ୍ୟନ୍ତ ସେ ସେଠାରେ ରହିବେ  । ଏହି ଗସ୍ତ ଭିତରେ ୧୩ ତାରିଖରେ ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ।  ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାଶିଂଟନରେ ହେବାର ସମ୍ଭାବନା ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ । କିଛିଦିନ ତଳେ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଥିଲେ ।  ପରେ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ, ଦୁଇ ନେତା ବିଶ୍ବ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ଉପରେ ଆଲୋଚନା କରିଥିଲେ।