ପୁଣି ଓଡ଼ିଶା ଆସିବେ ମୋଦି-ଶାହ

୨୮ରେ ଶାହ, ୨୯ରେ ଆସିବେ ମୋଦି

ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି । ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଏବଂ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବା କାର୍ୟ୍ୟକ୍ରମ ରହିଛି । ମୋଦି ଆସିବା ପୂର୍ବଦିନ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ । ଅର୍ଥାତ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ । କାଲି ଗୃହମନ୍ତ୍ରୀଙ୍କ ୩ଟି ସଭା ରହିଛି । କାଲି ଦିନ ୧୦ଟାରେ ଚାନ୍ଦବାଲିରେ କରିବେ ପ୍ରଥମ ସଭା । ପରେ କୋରେଇ ଓ ନିମାପଡାରେ ଜନସଭାକୁ ସମ୍ବୋଧନ କରିବେ ଶାହ ।