ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ପ୍ରଧାନମନ୍ତ୍ରୀ
ବଜେଟ୍ ଅଧିବେଶନର ଚତୁର୍ଥ ଦିନ । ଅପରାହ୍ଣରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ୫ଟାରେ ନିଜ ମନ୍ତବ୍ୟ ରଖିବେ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ୧ ଘଣ୍ଟା ଧରି ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସମସ୍ତେ ନିଜ ନିଜ ମତ ରଖୁଛନ୍ତି । ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ମତ ରଖିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜ ମତ ରଖିବେ। ଏହାସହ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଓ ଲୋକସଭାର ନିର୍ଦଳୀୟ ସାଂସଦ ପପୁ ଯାଦବଙ୍କ ବିରୋଧରେ ବିଶେଷାଧିକାର କ୍ଷୁର୍ଣ୍ଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇପାରେ ।
