ବାର୍ଡ ଫ୍ଲୁ ପାଇଁ ସୁରକ୍ଷା ବଳୟ ମଧ୍ୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନ
ରାଜଧାନୀରେ ବ୍ୟାପୁଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ପାଇଁ ସୁରକ୍ଷା ବଳୟ ମଧ୍ୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନ। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ପାଦଚଲା ବିହଙ୍ଗ ସାରଣୀକୁ ବହୁ ପୂର୍ବରୁ କର୍ତ୍ତୃପକ୍ଷ ବନ୍ଦ ରଖାଯାଇଛି। ଜନ୍ତୁ ରକ୍ଷକଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ନେଇ ଆସୁଥିବା ଯାନ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଉଛି । ଯାହାକୁ ନେଇ ବାର୍ଡ ଫ୍ଲୁ ପ୍ରତି କୌଣସି ଭୟଭୀତ ନ ହେବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ବାର୍ଡ ଫ୍ଲୁ ପାଇଁ ରାଜଧାନୀ ଦିଲ୍ଲୀ ଚିଡ଼ିଆଖାନାକୁ ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଚିଡ଼ିଆଖାନାରେ ଦୁଇଟି ସାରସ ପକ୍ଷୀଙ୍କ ମୁତ୍ୟୁ ପରେ ତାଙ୍କର ସାମ୍ପଲରୁ H5N1 ଭାଇରସ୍ ଥିବା ଜଣା ପଡିଥିଲା । ଜନ୍ତୁ ରକ୍ଷକ ଓ ପର୍ଯ୍ୟଟକଙ୍କ ପାଇଁ ବିପଦକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।
