ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନଙ୍କ ପରଲୋକ
ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନଙ୍କ ପରଲୋକ । ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ବାଦ୍ଧର୍କ୍ୟ ଜନିତ କାରଣରୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତ ୮ ତାରିଖରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।ତାମିଲ ସଂସ୍କୃତିକୁ ଆଗେଇ ନେବାରେ ଗଣେଶନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୋଦୀ କହିଛନ୍ତି । ଗଣେଶନଙ୍କ ମୃତ୍ୟୁରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ୧୯୪୫ ମସିହାରେ ତାମିଲନାଡ଼ୁର ତାଞ୍ଜାଭୁର ଜିଲ୍ଲାରେ ଗଣେଶନ ଜନ୍ମ ହୋଇଥିଲେ ।ଗଣେଶନଙ୍କ ରାଜନୈତିକ କ୍ୟାରିୟର ହିନ୍ଦୁ ମୁନାନୀରୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇଥିଲେ । ସେ ତାମିଲନାଡ଼ୁର ରାଜ୍ୟ ବିଜେପି ସଭାପତି ମଧ୍ୟ ରହି ସାରିଛନ୍ତି । ତେବେ ୨୦୨୧ରେ ଗଣେଶନ ମଣିପୁର ରାଜ୍ୟପାଳ ଥିବା ବେଳେ ପରେ ପଶ୍ଚିମବଙ୍ଗର ଅତିରିକ୍ତ ରାଜ୍ୟପାଳ ଦାୟିତ୍ବ ତୁଲାଇଥିଲେ । ୨୦୨୩ ଫେବୃଆରୀରେ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା ।
