ସିବିଆଇ ତଦନ୍ତ ପାଇଁ ଦାବି ଜଣାଇଲେ ନବଦାସଙ୍କ ପରିବାର
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜଣାଇଲେ ନବଦାସଙ୍କ ପରିବାର । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଲିଖିତ ଦାବି ଜଣାଇଛନ୍ତି ପତ୍ନୀ ମୀନତି ଦାସଙ୍କ ସପରିବାର । ମୁଖ୍ୟମନ୍ତ୍ରୀ ନିରପେକ୍ଷ ଭାବେ ତଦନ୍ତ ଆଗକୁ ବଢାଇବାକୁ ନିର୍ଦ୍ଦେଶ ଦେବେ ବୋଲି ଆଶା ରଖିଛନ୍ତି ଦୀପାଳୀ । ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ପୋଲିସ ଡିଜି ୱାଇବି ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଉପସ୍ଥିତ ଥିଲେ ।୨୦୨୩ ଫେବ୍ରୁଆରି ୧୧ ତାରିଖରେ ନବ ଦାସଙ୍କ ପତ୍ନୀ ମୀନତି ଦାସ କ୍ରାଇମ୍ ବ୍ରାଞ୍ଚ ଆଗରେ କହିଥିଲେ ଯେ, ମୁଁ ସମ୍ବଲପୁରରେ ଥିବା ଆମର ବ୍ୟବସାୟ କଥା ବୁଝାବୁଝି କରୁଛି। ଏଥି ପାଇଁ ମୁଁ ସମ୍ବଲପୁରରେ ରହୁଛି । ସରବାହାଲସ୍ଥିତ ଘରକୁ ଆସିକି ମାସରେ ୪/୫ ଦିନ ରହେ । ୨୦୨୩ ଜାନୁଆରି ୨୯ ତାରିଖରେ ଟିଭି ଦେଖି ଜାଣିଲି ଯେ ମୋର ସ୍ବାମୀଙ୍କୁ ବ୍ରଜରାଜନଗର ମ୍ୟୁନିସିପାଲିଟିର ଚ୍ୟାରମ୍ୟାନ୍ ଓ ଭାଇସ୍ ଚ୍ୟାରମ୍ୟାନ୍ଙ୍କର ଅଫିସ ରୁମ୍ର ଉଦ୍ଘାଟନ ପାଇଁ ଯିବା ସମୟରେ କେହି ଜଣେ ବ୍ୟକ୍ତି ଗୁଳି କରିଦେଇଛି । ପରେ ଜାଣିବାକୁ ପାଇଲି ଯେ ମୋର ସ୍ବାମୀଙ୍କୁ ଗାନ୍ଧୀ ଛକ ଫାଣ୍ଡି ଏଏସ୍ଆଇ ଗୋପାଳ ଦାସ ଗୁଳି କରିଛି।
