ନବ ଦାସ ହତ୍ୟା, ପୂର୍ବ ତଦନ୍ତକୁ ଟାର୍ଗେଟ କଲେ ଜୟନାରାୟଣ

ତଦନ୍ତ ହେଲେ ବଡ଼ ବଡ଼ ମୁଣ୍ଡ କଟିବ

ନବ ଦାସ ହତ୍ୟାକାଣ୍ଡ ମାମଲା । ପୂର୍ବ ତଦନ୍ତକୁ ଟାର୍ଗେଟ କଲେ ଜୟନାରାୟଣ । ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ । କହିଲେ ନବ ଦାସ ହାତ୍ୟକାଣ୍ଡରେ ଅନେକ ବଡ଼ ବଡ଼ ମୁଣ୍ଡ ଅଛନ୍ତି । ଯେଉଁମାନେ ଏହି ତଦନ୍ତକୁ ଠିକ ଭାବେ କରିବାକୁ ଦେଉ ନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାକୁ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହିତ ଆସି ତଦନ୍ତକୁ ଆଗେଇ ନେବା ଜରୁରୀ । ସେପଟେ ପୂର୍ବର ତଦନ୍ତ ପ୍ରକ୍ରିୟାକୁ କାଠଗଡାକୁ ଟାଣିଛନ୍ତି ଜୟନାରାୟଣ । ଲାଟ୍ରିନ ଭିତରୁ କାଗଜ ବାହାରିବା ଘଟଣାକୁ ଡ୍ରାମା କହିଛନ୍ତି ଜୟନାରାୟଣ । ଲାଟ୍ରିନ ଭିତରୁ ତିନି ଦିନ ପରେ କାଗଜ ବାହାରିବ କି ବୋଲି ପ୍ରଶ୍ନ କରିଛନ୍ତି  ।