ନବ ଦାସ ହତ୍ୟା, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ
ନବ ଦାସ ହତ୍ୟାର ହେବ ସିବିଆଇ ତଦନ୍ତ । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବୁ କହିଲେ ଝିଅ ଦୀପାଲି ଦାସ । ପରିବାର ସହ ଆଲୋଚନା ପରେ ୨ ସପ୍ତାହ ଭିତରେ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି କହିଛନ୍ତି ଦୀପାଲି । ଅନ୍ୟ ପାଇଁ ଏହା ରାଜନୈତିକ ପ୍ରସଙ୍ଗ ହୋଇପାରେ, ଏହା ମୋ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେବେ ଆଜି ନବ ଦାସ ହତ୍ୟାକାଣ୍ଡକୁ ପୂରିଛି ଦୁଇ ବର୍ଷ। ହେଲେ ଦୁଇ ବର୍ଷ ପରେ ବି ରହସ୍ୟରେ ରହିଛି ହତ୍ୟାକାଣ୍ଡର କାରଣ। କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ, ଏବେ ବି ହୋଇନି ସ୍ପଷ୍ଟ। କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି। ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି। ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି, ସେପଟେ ସରକାର ଲିଖିତ ଭାବେ ଆବେଦନ କରିବାକୁ କହୁଛନ୍ତି।
