ଖୋଲିଲା ନବ ଦାସ ରୋଷେୟା ମୃତ୍ୟୁ ମାମଲା ଫାଇଲ

ଖୋଲିଲା ନବ ଦାସ ରୋଷେୟା ମୃତ୍ୟୁ ମାମଲା ଫାଇଲ

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାର ଖୋଲିଲା ଫାଇଲ ।ଆରମ୍ଭ ହେଲା ଖୋଳତାଡ଼। ଏହି କେସରେ ଜଡିତ ଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଝାରସୁଗୁଡା ଥାନାରେ ହାଜର ପାଇଁ ନୋଟିସ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ରଞ୍ଜନ ବରିହା । ଗତକାଲି ଝାରସୁଗୁଡା ଥାନାରେ ହାଜର ହୋଇଥିଲେ ହେମ ସାଗର ନାଏକ । ହେମସାଗର ନବଦାସଙ୍କ ଘରେ ଗେଟ କିପର ଭାବେ କାର୍ୟ୍ୟ କରୁଛି। ହେମସାଗରକୁ ଝାରସୁଗୁଡା ଥାନାକୁ ଡକାଇ ପ୍ରାୟ ୬ ଘଣ୍ଟା ଜେରା କରିବା ପରେ ଛାଡିଲା ପୋଲିସ। ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୋଲିସ ପକ୍ଷରୁ ପୁନଃ ତଦନ୍ତ ଆରମ୍ଭ ହୋଇଛି ।