ଜାଣନ୍ତୁ ନାଗ ପଞ୍ଚମୀରେ କ’ଣ କରିବେ ଓ କ’ଣ ନକରିବେ

ନାଗ ପଞ୍ଚମୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ହିନ୍ଦୁ ଧର୍ମରେ ନାଗ ପଞ୍ଚମୀକୁ ଏକ ବଡ଼ ପର୍ବ ଭାବେ ପାଳନ କରାଯାଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ସାପଠାରୁ ରକ୍ଷା ପାଇଁ ଲୋକମାନେ ନାଗ ଦେବତାଙ୍କୁ ପୂଜା କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନାଗ ସାପକୁ ପଞ୍ଚମୀ ତିଥିର ପ୍ରଭୁ ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ଏହି ଦିନ ସାପମାନଙ୍କ ଉପାସନାର ବିଶେଷ ମହତ୍ୱ ରହିଛି । କାଳସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ଉପବାସ ରଖିବା ଏବଂ ନାଗ ପଞ୍ଚମୀ ବ୍ରତ କଥା ପଢ଼ିବା ଦ୍ୱାରା ବି କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ । ଏହି ଦିନ ସାପକୁ କ୍ଷୀରରେ ସ୍ନାନ, ପୂଜା ଏବଂ କ୍ଷୀର ପିଆଇବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଘରର ପ୍ରବେଶ ପଥରେ ସାପର ଚିତ୍ର ଆଙ୍କିବା ପରମ୍ପରା ରହିଛି । ଏହା ଦ୍ୱାରା ନାଗ ଦେବତାଙ୍କ କୃପାରୁ ଘର ବିପଦ ମୁକ୍ତ ରହିଥାଏ ।  ନାଗ ପଞ୍ଚମୀ ଦିନ ଭୁଲରେ ବି ଏପରି କାମ କରିବା ଉଚିତ ନୁହେଁ ଯାହା ଦ୍ୱାରା ନାଗ ଦେବତାଙ୍କ ସହ ଭଗବାନ ଶିବ କ୍ରୋଧିତ ହୋଇଯିବେ । ଆଉ ଏହା କେବଳ ଉକ୍ତ ବ୍ୟକ୍ତି ଉପରେ ନୁହେଁ ବରଂ ପୂରା ପରିବାର ଏବଂ ସାତ ପୀଢ଼ିକୁ ପ୍ରଭାବିତ କରିଥାଏ ।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାଗ ପଞ୍ଚମୀ ଦିନ ଭୁଲରେ ବି ସାପକୁ କ୍ଷତି ପହଞ୍ଚାଇବା କିମ୍ବା ହତ୍ୟା କରିବା ଉଚିତ ନୁହେଁ ।

-ମନ୍ଦିରକୁ ଯାଇ ସାପମାନଙ୍କୁ ପୂଜା କରିବା ଉଚିତ୍ ।

-ନାଗ ପଞ୍ଚମୀ ଦିନ ଭୂମି ଖନନ କରିବା ବର୍ଜନୀୟ । ଭୂମି ଭିତରେ ସାପମାନେ ବାସ କରିଥାନ୍ତି । ଏହା ସେମାନଙ୍କୁ କ୍ଷତି ପହଞ୍ଚାଇପାରେ । ଶାସ୍ତ୍ର ଅନୁଯାୟୀ ନାଗ ପଞ୍ଚମୀ ଦିନ କୌଣସି ତୀକ୍ଷ୍ଣ ବସ୍ତୁର ବ୍ୟବହାର କରାଯିବା ଉଚିତ ନୁହେଁ । ଏହା ପାପ ଏବଂ ଦୋଷର କାରଣ ହୋଇପାରେ ।

-ଏହି ଦିନ ଛୁଞ୍ଚି ସୂତା କାମ କରିବା ଅଶୁଭ ଅଟେ । ଏହା ଅପଣଙ୍କ ଜୀବନରେ ବାଧା ସୃଷ୍ଟି କରିପାରେ । ଏହି ଦିନ ଭଗବାନ ଶିବଙ୍କୁ ସ୍ମରଣ କରାଯିବା ଉଚିତ୍ ।