ୱକଫ୍‌ ପାଇଁ ଜେଡିୟୁରେ ଫାଟ

ଜେଡିୟୁରେ ଫାଟ: ଦଳ ଛାଡ଼ିଲେଣି ୫ ନେତା

ଜେଡିୟୁ ସଂସଦରେ ବିବାଦୀୟ ୱକଫ୍‌ ସଂଶୋଧନ ବିଲ୍‌କୁ ସମର୍ଥନ କରିବା ପରେ ଦଳରେ ବିବାଦ ବଢ଼ିଛି।  ଦଳରେ ଏବେ ଇସ୍ତଫାର ସୁଅ ଛୁଟିଛି।  ଦୁଇ ଦିନ ମଧ୍ୟରେ ୫ ଜଣ ନେତା ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି।  ଜେଡିୟୁର ବରିଷ୍ଠ ନେତା ମହମ୍ମଦ କାସିମ ଅନ୍‌ସାରି, ମହମ୍ମଦ ଶାହନୱାଜ ମଲିକ, ତବରେଜ ସିଦ୍ଦିକ ଅଲିଗ,   ରାଜୁ ନୟାର ଏବଂ ନଦିମ ଅଖତାର ଦଳରୁ ଇସ୍ତଫା ଦେଇଛନ୍ତି।  ନଦିମ, ରାଜୁ ଏବଂ ତବରେଜ ଶୁକ୍ରବାର ଇସ୍ତଫା ଦେଇଥିବାବେଳେ ଶାହନୱାଜ ଏବଂ ମହମ୍ମଦ କାସିମ ଅନ୍‌ସାରି ଗୁରୁବାର ସେମାନଙ୍କ ଇସ୍ତଫାପତ୍ର ଦାଖଲ କରିଥିଲେ।  ରାଜୁ ନୟାର ନିଜ ଇସ୍ତଫାରେ ଲେଖିଛନ୍ତି, ‘ୱକଫ୍‌ ସଂଶୋଧନ ବିଲ୍‌   ଗୃହୀତ ହେବା  ଏବଂ ଦଳ ବିଲ୍‌କୁ ସମର୍ଥନ କରିଥିବାରୁ ମୁଁ ଜେଡିୟୁରୁ ଇସ୍ତଫା ଦେଉଛି। ତୀବ୍ର ଅସନ୍ତୋଷ ପ୍ରକାଶ କରି ରାଜୁ  କହିଛନ୍ତି, ‘ଏହି କଳା ଆଇନ ସମର୍ଥନରେ ଜେଡିୟୁ ଭୋଟ୍‌ ଦେବାଦ୍ବାରା ମୁଁ ଏଥିରେ ଗଭୀର ଆଘାତ ପାଇଛି।  ଇତିମଧ୍ୟରେ ପୁର୍ନିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ ଦାବି କରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ମାନସିକ ସ୍ଥିତି ଠିକ୍‌ନାହିଁ ଏବଂ ତାଙ୍କର ତାଙ୍କ ଦଳ ଉପରେ ନିୟନ୍ତ୍ରଣ ନାହିଁ।