ଭୁବନେଶ୍ବର ଶିଶୁ ଭବନରେ ଦୁର୍ଘଟଣାଗ୍ରସ୍ତ କାର ସହ ମର୍ଡର କନେକ୍ସନ

ରାଜଧାନୀରେ ଦୁର୍ଘଟଣା ସହ ମର୍ଡର ଲିଙ୍କ

ରାଜଧାନୀରେ ଦୁର୍ଘଟଣା ସହ ମର୍ଡର ଲିଙ୍କ । ଭୁବନେଶ୍ବର ଶିଶୁ ଭବନରେ ଦୁର୍ଘଟଣାଗ୍ରସ୍ତ କାର ସହ ମର୍ଡର କନେକ୍ସନ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ଖସି ପଳାଉଥିବା ବେଳେ କାରଟି ବ୍ରିଜ ତଳକୁ ଖସିପଡ଼ିଥିଲା । ନିଳାଦ୍ରୀ ବିହାରରେ ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା କରି ଫେରାର ହେଉଥିଲା ହତ୍ୟାକାରୀ ଦିନେଶ । ଏବେ ଚନ୍ଦ୍ରଶେଖରପୁର ପୋଲିସ ଅଟକ ରଖିଛି ।ସେପଟେ ନୀଳାଦ୍ରୀ ବିହାର ମଙ୍ଗଳା ମନ୍ଦିର କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ । ମୃତଦେହ ରେ କ୍ଷାତାକ୍ତ ଚିହ୍ନ ଥିବାରୁ ହତ୍ୟା କରାଯାଇଥାବା ପୋଲିସ ସଂଦେହ କରୁଛି ।

Leave a Reply

Your email address will not be published. Required fields are marked *