ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ସମ୍ବଲପୁର, ରାଉରକେଲା, ଓ ପୁରୀରେ ପୁଣି ପୌର ନିର୍ବାଚନ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପୁଣି ହେବ ପୌର ନିର୍ବାଚନ । ସମ୍ବଲପୁର, ରାଉରକେଲା, ଓ ପୁରୀରେ ପୁଣି ପୌର ନିର୍ବାଚନ ହେବା ନେଇ ମୋହନ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ହାଇକୋର୍ଟର ଶୁଣାଣି ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ସେ ଆହୁରି କହିଛନ୍ତି ପୌର ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ ହୋଇସାରିଛି ।  ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ରହିଛି। ସେହିପରି, ପୁରୀରେ ଗତ ୬ ବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଛି। ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।