ମୌସୁମୀ ବର୍ଷାରେ ବେହାଲ୍ ହୋଇପଡିଛି ମାୟାନଗରୀ ମୁମ୍ବାଇ

ବର୍ଷାରେ ବେହାଲ୍ ମୁମ୍ବାଇ, ୧୬ ଦିନ ପୂର୍ବରୁ ଆସିଲା ମୌସୁମୀ

ମୌସୁମୀ ବର୍ଷାରେ ବେହାଲ୍ ହୋଇପଡିଛି ମାୟାନଗରୀ ମୁମ୍ବାଇ । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିସହିତ ବିଗତ ୭୫ ବର୍ଷ ପରେ ମୁମ୍ବାଇକୁ ସବୁଠୁ ଶୀଘ୍ର ପ୍ରବେଶ କରିଛି ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ ନିକଟରେ ମେ ୧୧ ତାରିଖରେ ଶୁଭାରମ୍ଭ ହୋଇଥିବା ୱର୍ଲି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ବି ପାଣି ଭର୍ତ୍ତି ହୋଇଯାଇଥିଲା । ହାର୍ବର, ସେଣ୍ଟ୍ରାଲ ଲାଇନ୍ରେ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ୮ଟି ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ହୋଇଥିବା ବେଳେ କିଛି ବିମାନକୁ ଡାଇଭର୍ଟ କରାଯାଇଥିଲା । ବର୍ଷାକୁ ଦେଖି ବୃହତମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ୍(ବିଏମ୍ସି) ଲୋକଙ୍କୁ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ନିବେଦନ କରିଛି । ମୁମ୍ବାଇ ବ୍ୟତୀତ ଆଇଏମ୍ଡି ପକ୍ଷରୁ କର୍ଣ୍ଣାଟକ, କେରଳ ଓ ତାମିଲନାଡୁର କିଛି ଅଞ୍ଚଳ ଲାଗି ମଧ୍ୟ ଆଲର୍ଟ ଜାରି ହୋଇଛି ।