ପୁଣି ବିଜେଡିରୁ ଦୁଇ ଜଣ ନିଲମ୍ବିତ

ବିଜେଡିରୁ ମୁକ୍ତିକାନ୍ତ ମଣ୍ଡଳ ଓ ମଞ୍ଜୁଲତା ମଣ୍ଡଳ ନିଲମ୍ବିତ

ବିଜେଡିର ପୁଣି ବଡ଼ ଆକ୍ସନ । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ନିଲମ୍ବିତ। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ସସପେଣ୍ଡ କରାଯାଇଛି। ୨୦୨୪ ନିର୍ବାଚନରେ ଭଦ୍ରକ ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ମଞ୍ଜୁଲତା ମଣ୍ଡଳ। ତେବେ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ। ବିଜେଡିର ରାଜ୍ୟ ପରିଷଦ ସଭ୍ୟ ଥିଲେ ମଞ୍ଜୁଲତା ମଣ୍ଡଳ। ଭଦ୍ରକ ବିଜେଡିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ମୁକ୍ତିକାନ୍ତ ମଣ୍ଡଳ ।

Leave a Reply

Your email address will not be published. Required fields are marked *