ମୁକେଶ ଚନ୍ଦ୍ରକରଙ୍କ ହତ୍ୟାର ପୋଷ୍ଟ ମର୍ଟମ ରିପୋର୍ଟ
ଆସିଛି ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟାର ପୋଷ୍ଟ ମର୍ଟମ ରିପୋର୍ଟ । ଯାହା ଅତ୍ୟନ୍ତ ହୃଦୟ ବିଦାରକ । ନୃଶଂସତାର ଚରମସୀମାରେ ପହଞ୍ଚିଛନ୍ତି ହତ୍ୟାକାରୀ । କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ଦ୍ୱାରା ମୁକେଶ ଚନ୍ଦ୍ରକରଙ୍କୁ ହତ୍ୟା କରାଯାଇ ଏକ ସେପ୍ଟିକ ଟାଙ୍କିରେ କବର ଦିଆଯାଇଥିଲା। ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଲିଭରକୁ ଚାରି ଖଣ୍ଡ କରାଯାଇଥିଲା । ମୁଣ୍ଡରେ ୧୫ ଆଘାତ ଥିବା ବେଳେ ଦେହରେ ରହିଛି ୫ଟି କ୍ଷତ । ଏଥିସହ ହୃଦୟରେ ମଧ୍ୟ ଫାଟ ଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି । ଏହି ସମୟରେ ସାମ୍ବାଦିକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକରଙ୍କୁ ହାଇଦ୍ରାବାଦରୁ ଏସଆଇଟି ଗିରଫ କରିଥିଲା। ସୋମବାର ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ପରେ ଅଭିଯୁକ୍ତ ସୁରେଶ ଚନ୍ଦ୍ରକର ପଳାଉଥିବାର ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରି ସୁରେଶଙ୍କୁ ହାଇଦ୍ରାବାଦରୁ ରବିବାର ବିଳମ୍ବିତ ରାତିରେ ଅଟକ ରଖିଛି।