୨୪ ପ୍ରତିଶତ ବଢିଲା ସାଂସଦଙ୍କ ଦରମା

ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା

ବଢିଲା ସାଂସଦଙ୍କ ଦରମା ଓ ଭତ୍ତା । କେନ୍ଦ୍ର ସରକାର ସାଂସଦମାନଙ୍କ ଦରମା ଓ ଭତ୍ତା ୨୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପାଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଦୈନିକ ଭତ୍ତା ୨୦୦୦ରୁ ୨୫୦୦କୁ ବଢାଇଛନ୍ତି କେନ୍ଦ୍ର ସରକାର ।  ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ରାଶି ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ସଂସଦରେ ଏହି ଦରମା ବୃଦ୍ଧି ପ୍ରସ୍ତାବଙ୍କୁ ଉଭୟ ଶାସକ ଓ ବିରୋଧୀ ସମର୍ଥନ କରିଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।