ସାଂସଦ ମହୁଆ ମାଝୀଙ୍କ ଗାଡି ଦୁର୍ଘଟଣା

ସାଂସଦ ମହୁଆ ମାଝୀଙ୍କ ଗାଡି ଦୁର୍ଘଟଣା

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସାଂସଦ ମହୁଆ ମାଝୀଙ୍କ ଗାଡି ଦୁର୍ଘଟଣା । ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ରାଞ୍ଚିର ରିମ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି ।ଖବର ମୁତାବକ, ଆଜି ଭୋର ୪ଟାରେ ମହୁଆ ପ୍ରୟାଗରାଜରୁ ଫେରିବା ବେଳେ ଏନଏଚ-୩୯ ଝାଡଖଣ୍ଡ ଲାଟେହାରର ହୋଚବାଗ୍ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ମହାକୁମ୍ଭରେ ବୁଡ଼ ପକାଇବା ପରେ ପ୍ରୟାଗରୁ ଫେରୁଥିଲେ । ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ । ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ଗାଡିର ଆଗ ଭାଗ ଭାଙ୍ଗିଯାଇଛି ।