ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ମୃତ

ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ମୃତ । ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ । ମୃତକ ହେଲେ ସର୍ବେଶ୍ୱର ଚୌଧୁରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟ ରେକୁଳା ଗାଁ ନିକଟରେ ସାଂସଦଙ୍କ ଗାଡି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଠାରେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାଂସଦ ଜୁଏଲ ଓରାମଙ୍କ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଇକ ମଧ୍ୟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ ।