ସଂସଦରେ ବ୍ୟାଗ ରାଜନୀତି

ପ୍ରିୟଙ୍କାଙ୍କୁ ବ୍ୟାଗ୍ ଗିଫ୍ଟ ଦେଲେ ଅପରାଜିତା ଷଡ଼ଙ୍ଗୀ

ସଂସଦରେ ବ୍ୟାଗ ରାଜନୀତି । ପ୍ରିୟଙ୍କାଙ୍କ ବ୍ୟାଗ ପରେ ଏବେ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟାଗ୍ । ପ୍ରିୟଙ୍କାଙ୍କୁ ଏକ ବ୍ୟାଗ୍ ଗିଫ୍ଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘ । ଯେଉଁ ବର୍ଷ ହୋଇଥିଲା ଶିଖ୍ ଦଙ୍ଗା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା । ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ମନେ ପକାଇଦେବା ପାଇଁ ଅପରାଜିତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଏହି ବ୍ୟାଗ ଉପହାର ଦେଇଛନ୍ତି । ସମ୍ୱିଧାନ ପ୍ରଣେତା ବାବାସାହେବ ଆମ୍ୱେଦକରଙ୍କୁ ନେଇ ଆରୋପ ପ୍ରତ୍ୟାରୋପ ସଂସଦରେ ଲାଗି ରହିଥିବା ବେଳେ ଗତକାଲି ସଂସଦରେ ଠେଲାପେଲା ଘଟଣାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ଏହାରି ଭିତରେ ଅପରାଜିତା ବ୍ୟାଗ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଏହି ବ୍ୟାଗ ଉପହାର ଦେବାର କାରଣ ହେଉଛି, ଗତ ସପ୍ତାହରେ ପାଲେଷ୍ଟାଇନ୍ ଲେଖାଥିବା ବ୍ୟାଗ ଧରି ପ୍ରିୟଙ୍କା ସଂସଦକୁ ଆସିଥିଲେ । ଏହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଏହି ବିତର୍କ ଥମିନଥିବା ବେଳେ ପ୍ରିୟଙ୍କା ପୁଣି ଏକ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦକୁ ଆସିଥିଲେ । ଏହି ବ୍ୟାଗରେ ଲେଖାଥିଲା ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡାହୁଅ । ପ୍ରିୟଙ୍କାଙ୍କ ଏହି ବ୍ୟାଗ ରାଜନୀତିକୁ ବ୍ୟାଗରେ କାଉଣ୍ଟର କରିଛନ୍ତି ଅପରାଜିତା ।

Leave a Reply

Your email address will not be published. Required fields are marked *