ମଶାଲ ଶୋଭାଯାତ୍ରା କରି ଅଭିନବ ଉପାୟରେ ଆନ୍ଦୋଳନ !
ଦୀର୍ଘଦିନ ଧରି ତେଜୁଛି ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ଆନ୍ଦୋଳନ । ଏହି ଆନ୍ଦୋଳନରେ ଦେଖିବାକୁ ମିଳିଛି ବରିଷ୍ଠ କ୍ରୀଡ଼ାବିତଙ୍କ ପକ୍ଷରୁ ମଶାଲ ଜାଳି ଅଭିନଵ ଉପରେ ବ୍ୟାସନଗର ସହର ପରିକ୍ରମା ଓ ପ୍ରତିବାଦ । ସୂଚନା ଅନୁସାରେ ଆଜକୁ 15ଦିନ ହେବ ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ବରିଷ୍ଠ କ୍ରୀଡ଼ାବିତ ମାନେ ଧାରଣାରେ ବସି ରହିଛନ୍ତି । ବିଶେଷ ଭାବରେ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଏକ ଉନ୍ନତ ମାନର ଷ୍ଟାଡିୟମ ନିର୍ମାଣ ପାଇଁ କ୍ରୀଡ଼ାବିତ ମାନେ ଦାବି କରିଆସୁଛନ୍ତି । ଏହି ଦାବି ପୂରଣ ପାଇଁ ଆଜକୁ 15ଦିନ ହେବ ବରିଷ୍ଠ କ୍ରୀଡ଼ାବିତ ବଜ୍ରବହୁ ସାମନ୍ତ ସାମଲ ରାଜୀବ ଗାନ୍ଧୀ ଷ୍ଟାଡିୟମ ସମ୍ମୁଖରେ ଧାରଣାରେ ବସି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି ।
ତେବେ ଆଜି 15ଦିନ ବିତିଗଲେ ବି ଏହି ଆନ୍ଦୋଳନସ୍ଥଳୀକୁ ଜିଲ୍ଲା ପ୍ରଶାସନ କି ସ୍ଥାନୀୟ ବିଧାୟକ ଆସି ନାହାଁନ୍ତି । ଯାହାକୁ ପ୍ରତିବାଦ କରି ବରିଷ୍ଠ କ୍ରୀଡ଼ାବିତ ଶ୍ରୀ ସାମଲଙ୍କ ନେତୃତ୍ୱରେ ଅନେକ କ୍ରୀଡ଼ାବିତ, ବୁଦ୍ଧିଜୀବି ଓ ବ୍ୟାସନଗର ସହରର ବିଭିନ୍ନ ସଂଗଠନର ସଦସ୍ୟ ମାନେ ମଶାଲ ଜାଳି ଓ ନୂତନ ଢଙ୍ଗରେ ଦେଶାତ୍ମକ ଗୀତ ମାଧ୍ୟମ ନାଚ କରି ଗୋପବନ୍ଧୁ ଛକ ନିକଟରୁ ବାହାରି ଚୋରଦା ଛକ ଯାଏ ଯାଇ ପୁଣି ଗୋପବନ୍ଧୁ ଛକ କୁ ଫେରିଥିଲେ l ଏଥିସହିତ ତୁରନ୍ତ କ୍ରୀଡ଼ାବିତ ଙ୍କ ଦାବିକୁ ପୂରଣ କରିବାକୁ ଦାବି କରିଥିବା ସୂଚନା ମିଳିଛି ।