ଆସୁଛନ୍ତି ମା’ ଜଗତଜନନୀ

ଆଜି ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା

ଆଜି ଧରାପୃଷ୍ଠରେ ଅବତରଣ କରିବେ ମହାମାୟା ଜଗତଜନନୀ । ମା’ଙ୍କ ଅଗମନକୁ ବେସ ଉତ୍କଣ୍ଠାରା ସହ ଚାହିଁ ରହିଛନ୍ତି ସଭିଏଁ । ଝଲସି ଉଠୁଛି ଗାଁଠୁ ସହର । ସଜେଇ ହୋଇଛି ପୂଜା ମଣ୍ଡପ । ପୁରା ଉତ୍ସବମୁଖର ହୋଇ ପଡିଛି ସାରା ରାଜ୍ୟ । ଆଜି ପୀଠେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମଣ୍ଡପରେ ଆରମ୍ଭ ହେବ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହାକୁ ବିଲ୍ଵବରଣୀ ନାମରେ ଜଣାଯାଏ । କାଲି ସପ୍ତମୀରେ ମା’ ଜଗତଜନନୀଙ୍କ ଚକ୍ଷୁଦାନ କରାଯାଇ ବିଧି ମୁତାବକ ପୂଜା କରାଯିବ ।

ସେପଟେ କଟକରେ ଏହି ପର୍ବକୁ ଭାଇଚାରାର ପର୍ବ ମଣାଯାଉଥିବା ବେଳେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଭିଏଁ ମା’ଙ୍କ ଆଗମନକୁ ଚାତକ ପରି ଚାହିଁ ରହିଛନ୍ତି । ବଡ ବଡ ତୋରଣ ସାଙ୍ଗକୁ ଚାନ୍ଦିମେଢରେ ଦୁଲୁକୁଛି କଟକ ସହର । କଟକରେ ଏବେ ପୂଜାର ମହୋଲ ବେସ ସରଗରମ ହୋଇଥିବା ବେଳେ ରାଜଧାନୀରେ ବି ଏହି ମାହୋଲ ବେସ ଚିତକର୍ଷକ ହୋଇଛି । ରସୁଲଗଡଠାରୁ ଝାରପଡା ସବୁଠି ମା’ଙ୍କ ପାଇଁ କରାଯାଇଛି ବିଶେଷ ଆୟୋଜନ । ସେପଟେ ପୂଜାକୁ ସରସ ସୁନ୍ଦର କରିବାକୁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପୋଲିସ ପ୍ରଶାସନ ।