ରାଜଧାନୀରେ ଲଜ୍ଜା

ଭୁବନେଶ୍ୱରରେ ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ

ରାଜଧାନୀରେ ଲଜ୍ଜା। ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘରୋଇ ସହାୟକ ଭାବେ କାର୍ୟ୍ୟ କରୁଥିବା ଯୁବକ ମା’ ଓ ଝିଅଙ୍କ ଅଶ୍ଲୀଳ ଫଟୋ ଓ ଭିଡି ଉତ୍ତୋଳନ କରିବା ସହ ଏହାକୁ ଦେଖାଇ ବ୍ଲାକ ମେଲ କରିଥିଲେ। ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଇ ମା’ ଓ ଝିଅଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଜଣକ ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲ୍ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲା ସରୋଜ କୁମାର ବେହେରା। ସେ ଅଭିଯୋଗକାରିଣୀଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ସୁଯୋଗ ଦେଖି ସେ ଅଭିଯୋଗକାରିଣୀ ଏବଂ ତାଙ୍କ ନାବାଳିକ ଝିଅଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା। ପରେ ଫଟୋ ଓ ଭିଡିଓ ଦେଖାଇ ଉଭୟଙ୍କୁ ବ୍ଲାକମେଲିଂ କରିଥିଲା। ଫଟୋ ଭାଇରାଲ୍ କରିଦେବାର ଧମକ ଦେଇ ଉଭୟଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲା। ପୋଲିସ ଅଭିଯୁକ୍ତ ସରୋଜ କୁମାର ବେହେରାକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପୋଲିସ ଆଗରେ ସବୁ ଅପରାଧ ସ୍ବୀକାର ମଧ୍ୟ କରି ନେଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ଯାଜପୁର ଥାନାରେ ମଧ୍ୟ ମାମଲା ରହିଛି।