ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ନିଷ୍ପତ୍ତି

ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ

ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ ।  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।  ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି ।  ତେବେ ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାରହିବ । ସକାଳ ୭ଟାରୁ ୯ଟା ଯାଏ ଚାଲିବ ଅଙ୍ଗନବାଡି କେନ୍ଦ୍ର ।   ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ପିଲାଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ ।  ଦିନ ୧୧ ଟାରୁ ୩ ଟା ଯାଏ ଶ୍ରମିକ ମାନଙ୍କ କାମ ବନ୍ଦ । ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବନ୍ୟା,ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି zero casualty ଲକ୍ଷ୍ୟ ରହିଛି ।  ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ ।  ଜଳ ଛତ୍ର ଖୋଲାଯିବ ।  ୩୦୦ କୋଟି ଦିଆଯାଇଛି ନଳକୂପ ଖନନ ପାଇଁ ଜିଲା ଗୁଡି କୁ ଦିଆଯାଇଛି ।  ଅଘୋଷିତ ବିଜୁଳି କାଟ୍ ହେବନି ।  ଦିନ ୧୧ ରୁ ୩ ଓ ରାତିରେ ବିଦ୍ୟୁତ୍ କାଟ ହେବନି  କିନ୍ତୁ ଘୋଷିତ ବିଦ୍ୟୁତ୍ କାଟ ହେବ ।