ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି

ଆଜିଠୁ ମହଙ୍ଗା ହେବ ୯୦୦ରୁ ଅଧିକ ଔଷଧ

ଆଜିଠୁ ମହଙ୍ଗା ହେବ ୯୦୦ରୁ ଅଧିକ ଔଷଧ। ଏସବୁ ଔଷଧ ମଧ୍ୟରେ ରହିଛି ରକ୍ତଚାପ, ମଧୁମେହ, ହୃଦରୋଗ, ସଂକ୍ରମଣ ଭଳି ରୋଗର ଚିକିତ୍ସାରେ ବ୍ୟବହୃତ ଜରୁରୀ ଔଷଧ ।ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଛି। ସରକାରଙ୍କ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ପ୍ରତିବର୍ଷ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରରେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିଥାଏ। ୨୦୨୪ ପାଇଁ ଡବ୍ଲୁପିଆଇରେ ୧.୭୪ ପ୍ରତିଶତ ବୃଦ୍ଧି ପଞ୍ଜୀକୃତ ହୋଇଛି, ଯାହା କମ୍ପାନୀଗୁଡ଼ିକୁ ସରକାରଙ୍କ ଅନୁମୋଦନ ବିନା ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଛି। ଏନପିପିଏ ଅନୁଯାୟୀ, “୨୦୨୪ କ୍ୟାଲେଣ୍ଡର ବର୍ଷରେ ଡବ୍ଲୁପିଆଇ ୧.୭୪ ପ୍ରତିଶତ ବୃଦ୍ଧି ପାଇଛି, ତେଣୁ କମ୍ପାନୀଗୁଡ଼ିକ ସମାନ ହାରରେ ଔଷଧର ଖୁଚୁରା ମୂଲ୍ୟ ବୃଦ୍ଧି କରିପାରିବେ।”