ଚନ୍ଦ୍ର ପୃଷ୍ଠରେ ବି ପଡିଲା ଲକଡାଉନର ପ୍ରଭାବ!

ଲକଡାଉନ ସମୟରେ କମିଛି ଚନ୍ଦ୍ରର ଭୂପୃଷ୍ଠ ତାପମାତ୍ରା

କରୋନା ମହାମାରୀ ସମଗ୍ର ବିଶ୍ୱରେ ୨୦୨୦ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ ଲକ ଡାଉନ କରାଯାଇଥିଲା। ତେବେ ଏହି ଲକ ଡାଉନର ପ୍ରଭାବ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଛି ବୋଲି କୁହାଯାଇଛି। ଭାରତୀୟ ଅନୁସନ୍ଧାନକାରୀମାନେ ମଧ୍ୟ ଏହାର ଅନୁସନ୍ଧାନରେ ଏହାର ପ୍ରମାଣ ପାଇଛନ୍ତି।ରୟାଲ ଜ୍ୟୋର୍ତିବିଜ୍ଞାନ ସୋସାଇଟିର ମାସିକ ବିଜ୍ଞପ୍ତିରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ଏପ୍ରିଲ-ମେ ୨୦୨୦ର କଡ଼ା ଲକ ଡାଉନ ସମୟରେ ଚନ୍ଦ୍ରର ଭୂପୃଷ୍ଠ ତାପମାତ୍ରାରେ ଏକ ଅସାଧାରଣ ହ୍ରାସ ଘଟିଛି।ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (ପିଆରଏଲ) ର ଗବେଷକ ଦୁର୍ଗା ପ୍ରସାଦ ଏବଂ ଜି ଆମ୍ବିଲି ୨୦୧୭ରୁ ୨୦୨୩ମଧ୍ୟରେ ଚନ୍ଦ୍ରର ନିକଟବର୍ତ୍ତୀ ୬ଟି ସ୍ଥାନରେ ରାତିର ସମୟର ତାପମାତ୍ରା ବିଶ୍ଳେଷଣ କରିଥିଲେ। ଏହି ସମୟ ମଧ୍ୟରେ ସେ ଜାଣିବାକୁ ପାଇଲେ ଯେ ଲକ ଡାଉନ ସମୟରେ ତାପମାତ୍ରା ଅନ୍ୟ ବର୍ଷ ତୁଳନାରେ ୮-୧୦ କେଲଭିନ ହ୍ରାସ ପାଇଛି।ଏଥିପାଇଁ ଗବେଷକମାନେ ନାସାର ଲୁନାର ରେକନାନ୍ସାନ୍ସ ଅର୍ବିଟର (Lunar Reconnaissance Orbiter (LRO)) ରୁ ତଥ୍ୟର ସାହାଯ୍ୟ ନେଇଥିଲେ। ପିଆରଏଲର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜ କହିଛନ୍ତି ଯେ ଏହା ଆମ ଟିମ୍‌ ଦ୍ୱାରା କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ। ଏହା ଅତ୍ୟନ୍ତ ଅନନ୍ୟ।ଲକ ଡାଉନ ସମୟରେ ସମଗ୍ର ବିଶ୍ୱରେ ସମସ୍ତ କାରଖାନା, କାର, ବିଭିନ୍ନ ଯାନବାହାନ ଏବଂ ଅନ୍ୟାନ୍ୟ ପ୍ରଦୂଷଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଲୋକମାନେ ଘରୁ ବାହାରକୁ ଆସିପାରିନଥିଲେ। ଏହି ସମୟରେ, ପ୍ୟଥିବୀରେ ରେଡିଏଶନ କମ ହୋଇଥିଲା, ଫଳରେ ଚନ୍ଦ୍ରମାରେ ତାପମାତ୍ର କମି ଯାଇଥିଲା। ଏବେ ପୁଣିଥରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବା ଗବେଷକମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *