‘ବାଲୁକା କଳାରେ ଚନ୍ଦ୍ରଯାନ’

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆକର୍ଷଣୀୟ ବାଲୁକାକୃତି

ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂକୁ ନେଇ ସଭିଙ୍କ ମନରେ ବେସ ଉତ୍କଣ୍ଠା ଥିବା ବେଳେ ସାରା ବିଶ୍ଵ ଭାରତ ତଥା ଏହି ମିଶନକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାରି ଭିତରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଇସ୍ରୋକୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଯାହାକୁ ନେଇ ସମଗ୍ର ଭରତ ବର୍ଷରେ ପୂଜାର୍ଚ୍ଚନା କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ ଚନ୍ଦ୍ରଯାନ ୩କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ଟନ୍ ବାଲିରେ ୧୫ ଫୁଟ୍ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକାକୃତି  ସେ ନିର୍ମାଣ କରିଛନ୍ତି । ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି। ଏହି ବାଲୁକା କଳାକୁ ଦେଖିବା ନିମନ୍ତେ ବହୁ ଦର୍ଶକଙ୍କ ଭିଡ ଜମିଛି ନୀଳାଦ୍ରି ବେଳାଭୂମିରେ ।