୧୩ରେ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ
ଆସନ୍ତା ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବା ଅନୁମାନ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ । ଦକ୍ଷିଣ ଆଣ୍ଡାମାନ, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳକୁ ଛୁଇଁପାରେ । ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବା ଅନୁମାନ କରାଯାଉଛି ।ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ପାଣିପାଗ ବିଭାଗ ଆକଳନ କରିଛି ୯ ତାରିଖ ବେଳକୁ ଖରାର ପ୍ରକୋପ ବଢ଼ିବ। ଆଉ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ହେଲେ ଏବେ ସୂଚନା ଆସିଛି କି ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ । ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
