ମେ’୩୧ ରେ କେରଳ ଛୁଇଁବ ମୌସୁମୀ
ଦେଶରେ ଅସହ୍ୟ ଗୁଳୁଗୁଳି ସହ ଉଚ୍ଚ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । କେଉଁଠି ୪୫ ଡିଗ୍ରୀ ଉପରେ ତାପମାତ୍ରା ରହୁଛି ତ କେଉଁଠି ୪୦ ଡିଗ୍ରୀ ଉପରେ ରହୁଛି । ଏସବୁ ଭିତରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ମେ’ମାସ ୩୧ ତାରିଖ ସୁଦ୍ଧା ମୌସୁମୀବାୟୁ କେରଳ ଛୁଇଁବ । ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ଏହି କ୍ରମରେ ଦେଶରେ ୮୭ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ କେରଳରେ ମୌସୁମୀ ବାୟୁ ମେ’୩୧ ଅର୍ଥାତ ଗୋଟିଏ ଦିନ ଆଗରୁ ପହଂଚୁଥିବା ବେଳେ ଓଡ଼ିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି ।
