୧୯୯୯ମସିହା ୨୮ ମେ’ରେ ସଅଳ ମୌସୁମୀ ଓଡ଼ିଶା ଛୁଇଁଥିଲା

ଓଡ଼ିଶା ଛୁଇଁଲା ମୌସୁମୀ

ସଅଳ ଓଡ଼ିଶା ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଥିବା ଜଣାପଡ଼ିଛି।୧୯୯୯ମସିହା ୨୮ ମେ’ରେ ସଅଳ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେହିପରି  ୨୦୦୯ରେ ମେ’ ୨୫ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ଏଥର ପାଗ ଅନୁକୂଳ ଥିବାରୁ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାଯାଇଛି। ସୂଚନାଯୋଗ୍ୟ,  ୨୪ ମେ’ରେ କେରଳ ଛୁଇଁଥିଲାଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । କିନ୍ତୁ ଏଥର ୧୬ ବର୍ଷ ପରେ ମୌସୁମୀ ସଅଳ କେରଳ ଛୁଇଁଥିଲା ।