ଜୁନ୍ ୧୨ରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା

କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମଡି ଡିଜି ପ୍ରତିକ୍ରିୟା ରଖି କହିଛନ୍ତି, ଆଗୁଆ ଆସିଲା ମୌସୁମୀ । ଦୁଇ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି । ଦେଶରେ ଏଥର ଭଲ ବର୍ଷା ହେବ । ସ୍ୱାଭାବିକ ଠାରୁ ଅଧିକ ବର୍ଷା କରାଇବ ମୌସୁମୀ । ୧ ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ।