କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ କୋଟି ୪0 ଲକ୍ଷ ଟଙ୍କା ମଞ୍ଜୁର

ଯାଜପୁର ରୋଡ୍-ଧାମରା ରେଳ ପ୍ରକଳ୍ପ ପାଇଁ ଫିଟିଲା ବାଟ

ଯାଜପୁର ରୋଡ୍-ଧାମରା ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର । ଏନେଇ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । ମୋଟ ୨ କୋଟି ୪0 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏହି ସୂଚନା ସାର୍ବଜନୀନ ହେବା ପରେ ଯାଜପୁର ଓ ଭଦ୍ରକ ଜିଲ୍ଲାବାସୀଙ୍କ ଖୁସି ଦ୍ବିଗୁଣିତ ହୋଇଛି ।

ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଦୀର୍ଘ ବର୍ଷ ଧରି ଏହି ପ୍ରକଳ୍ପ ମଞ୍ଜୁରୀ ପାଇଁ ଆନ୍ଦୋଳନ କରାଯାଉଥିଲା । କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ ଏହି ସମିତିର ସଦସ୍ୟମାନେ ।