ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ୍
ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ୍ । ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ଭେଟିଲେ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍ । ଭୁବନେଶ୍ବର ସ୍ଥିତ ବାସଭବନରେ ଭେଟିଲେ । ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ତଳେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ମହମ୍ମଦ ମୋକିମ । ଏହା ଭିତରେ ମୋକିମ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଛି ।
