ଆୟୁଷ୍ମାନ ଯୋଜନା ଆଜି ହେବ ଏମଓୟୁ ସ୍ୱାକ୍ଷର
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଏମଓୟୁ ସ୍ୱାକ୍ଷର । ଫେବ୍ରୁଆରୀରେ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଉଭୟ ସରକାରଙ୍କ ମଧ୍ୟରେ ହେବ ଏମଓୟୁ ସ୍ୱାକ୍ଷର। ଏହି ୨ ଦିନିଆ ଗସ୍ତ ଭିତରେ ରାଷ୍ଟ୍ରପତି ଭବନରେ ଥିବା କାର୍ୟ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଆସନ୍ତା ଫେବ୍ରୁଆରୀରୁ ରାଜ୍ୟରେ ଆରମ୍ଭ ହେବ ସରକାରଙ୍କ ବହୁ ପ୍ରତୀକ୍ଷିତ ଫ୍ଲାଗ ସିପ୍ ସ୍କିମ- ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଉଭୟ ଯୋଜନାକୁ ମିଶାଇ ଗାଇଡଲାଇନ୍ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ। ରାଜ୍ୟର କୋଟିଏ ପରିବାରର ସାଢେ ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବ ଡବଲ୍ ଇଞ୍ଜିନ ସରକାରର ଏହି ବଡ଼ ଉପଲବ୍ଧି।
