ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହେଇଛି । ତେବେ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାରକୁ ଆସିବା ପରେ, କିଏ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଏବେ ଏହି ସସପେନ୍ସ ଉପରୁ ପରଦା ହଟିଛି । କେନ୍ଦୁଝର ବିଧାୟକ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଭାବେ ନାଁ ଘୋଷଣା ହେବା ପରେ ମୋହନ ମାଝୀଙ୍କ ପ୍ରତିକ୍ରିୟା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ପ୍ରଣାମ । ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି । ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ । ଓଡିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ।