ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ଆସିଥିବା କହିଛନ୍ତି ମନମୋହନ ସାମଲ । ତେବେ ଖୁବଶୀଘ୍ର ଚୂଡ଼ାନ୍ତ ତାରିଖ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ସୂଚନାଅନୁସାରେ, ଫେବ୍ରୁଆରୀ ୩ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ସମ୍ବଲପୁରରେ IIMର ନୂଆ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହାପରେ ମୋଦି ସମ୍ବଲପୁରର ରେମେଡ୍‌ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ।